ଭୁବନେଶ୍ୱର:  ଓଲିଉଡ଼ ର ଚକୋଲେଟ୍ ହିରୋ ସବ୍ୟସାଚୀ ଙ୍କୁ କିଏ ବା ନ ଜାଣେ। ପାଗଳ ପ୍ରେମୀ ରୁ କ୍ୟାରିଅର ଆରମ୍ଭ କରିଥିବା ସୁପର ଷ୍ଟାର୍ ସବ୍ୟସାଚୀ ଏବେ ଓଲିଉଡ଼ ର ଜଣେ ଆଗଧାଡିର ନାୟକ।୨୦୧୮ ରେ ରିଲିଜ୍ ହୋଇଥିବା ସବ୍ୟଙ୍କ ଫିଲ୍ମ ଟୋକାଟା ଫଶିଗଲା ବର୍ତ୍ତମାନ ବକ୍ସ ଅଫିସ୍ ରେ ସବୁଠୁ ଅଧିକ ଟଙ୍କା କଲେକ୍ସନ କରି ରେକର୍ଡ ସୃଷ୍ଟି କରିଛି । ସେହିଭଳି ରୁମୁକୁ ଝୁମାନରେ ଚାଇଲ୍ଡ ଅାକ୍ଟ୍ରିସ୍ ରୂପେ କାମ କରିଥିବା ଭୂମିକା ବି ବର୍ତ୍ତମାନ ସମୟରେ ଓଡ଼ିଆ ଫିଲ୍ମ ର ଜଣେ ଲୋକୋପ୍ରୀୟ ନାୟିକା ଅଟନ୍ତି। ଭୂମିକା ଲିଡ ରୋଲ୍ ରେ ଥିବା ପ୍ରଥମ ଫିଲ୍ମ ତୁ ମୋ ଲଭ୍ ଷ୍ଟୋରୀ ସିନେମା ହଲ୍ ରେ ଦୀର୍ଘ ୫୦ ଦିନ ଚାଲି ନୂଆ ରେକର୍ଡ କରିଥିଲା।
                 
କିଛିଦିନ ତଳେ ଅଶ୍ଵିନୀ ତ୍ରିପାଠୀ ଙ୍କ ନିର୍ଦ୍ଦେଶନା ରେ ଇଗ୍ମା ଘିର୍ମି କୁଲ୍ ପାଉଡର କୁ ନେଇ ଏକ ବିଜ୍ଞାପନ ପ୍ରସ୍ତୁତ ହୋଇଥିଲା। ଏଥିରେ ନଜର ଆସିଥିଲେ ଓଲିଉଡ଼ ର ଆଗଧାଡିର କଳାକାର ସବ୍ୟସାଚୀ ଓ ଭୂମିକା।  ଆଡ ରେ ସବ୍ୟ - ଭୂମି ଙ୍କ ଅନ୍ ସ୍କ୍ରିନ୍ ରୋମାନ୍ସ ଦେଖିବାକୁ ମିଳିଥିଲା। ଭିଡିଓ ଟି ପସନ୍ଦ ଆସିଥିବାରୁ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଶେର କରିଛନ୍ତି ଦର୍ଶକ। ତେବେ ଏହି ଦୁଇ କଳାକାରଙ୍କ ପ୍ରଥମ ଫିଲ୍ମ କେବେ ଆସିବ ସେ ନେଇ ଅପେକ୍ଷାରେ ଅଛନ୍ତି ଦର୍ଶକ। ଜଣେ ଫ୍ୟାନ ଙ୍କ ପ୍ରଶ୍ନରେ ଭୂମି ଉତ୍ତର ଦେଇଥିଲେ ଯେ ସବ୍ୟ - ଭୂମିକା ଗୋଟିଏ ଗୁଡ ସ୍କ୍ରିପ୍ଟ କୁ ଅପେକ୍ଷା କରିଛନ୍ତି ,ଭଲ ସ୍କ୍ରିପ୍ଟ ମିଳିଲେ ନିଶ୍ଚୟ ଫିଲ୍ମ କରିବେ।