ଓଡ଼ିଶାରେ ଏକ ମାସରୁ ଅଧିକ ଦିନ ହେଇଗଲାଣି କୋରୋନା ଭାଇରସ ପାଇଁ ଲକ୍ ଡାଉନ୍ ଚାଲିଛି।ଘରେ ବସି ବସି ବୋର୍ ହେଲେବି ବାହାରକୁ ଯାଉନାହାନ୍ତି ଲୋକୋମାନେ।ବାହାରକୁ ଯିବେ ତ ପୋଲିସ ର ଲାଠି ଚାର୍ଜ। ଏଥି ପାଇଁ ଲୋକମାନଙ୍କ ମୁଁହରେ ହସ ଆଣିବା ପାଇଁ ସବ୍ୟସାଚୀ ଆସିଯାଇଚନ୍ତି ଦୁଇ ପାଦ ଆଗକୁ । ତରଙ୍ଗ ଚନେଲ ରେ ଚାଲିଥିବା ନୂଆ ଧାରାବାହିକ "ସ୍ମାଇଲ ପ୍ଲିଜ୍" ହେଉଛି ନିଆରା ପ୍ରୟାସ।
           
 ଏହି ସୋ ରେ ଲୋକ ମାନଙ୍କ ମନ କିଣିଲା ଭଳି ବହୁତ ମଜା ମଜା କଥା କହୁଛନ୍ତି ସବ୍ୟ। ପ୍ରତିଦିନ ତରଙ୍ଗ କଳାକାର ମାନଙ୍କ ସହିତ ଭିଡିଓ କଲ୍ ରେ ଦେଉଛନ୍ତି ନୂଆ ନୂଆ ଚାଲେଞ୍ଜ । ସବ୍ୟ କେବେ ଆସୁଛନ୍ତି ଡବଲ୍ ରୋଲ୍ ରେ ତ ଆଉ କେବେ ଆସୁଛନ୍ତି ରୋଷେୟା ହୋଇ। ଏହା ବ୍ୟତୀତ ଦର୍ଶକ ଙ୍କୁ ସବୁଠୁ ମଜା ଲାଗେ ସବ୍ୟ ଆଉ ପାପୁଙ୍କ ରଂଗ୍ ନମ୍ୱର୍ ଭିଡ଼ିଓ କଲ୍ । ଓଡ଼ିଶାରେ ବର୍ତ୍ତମାନ ଏହି ସୋ ସବୁଠୁ ପୋପୁଲାର୍ ହେବାରେ ଲାଗିଛି । ଏଥି ପାଇଁ ଦର୍ଶକ ମାନଙ୍କ ଠାରୁ ବହୁତ ପ୍ରଶଂସା ପାଉଛନ୍ତି ସବ୍ୟ। କିଛିଦିନ ତଳେ କରୋନା ଭାଇରସ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ କରି ଚର୍ଚ୍ଚାରେ ଅଛନ୍ତି ସବ୍ୟ।