ଲକ୍‌ଡାଉନ୍‌ ଯୋଗୁ ରୋଜଗାର ଚାଲିଗଲା। ଘରେ ଶଯ୍ୟାଶାୟୀ ରୋଗୀଣା ବାପାଙ୍କ ପାଇଁ ଔଷଧ କିଣିବା ପାଇଁ ବି ଟଙ୍କା ଯୋଗାଡ଼ ହୋଇ ପାରିଲାନି। ଖାଇବା କଥା ତ ନକହିଲେ ଭଲ। ଦଶମରେ ପଢ଼ୁଥିବା ଭାଇର ଟ୍ୟୁସନ ଫି’ ବାକି ପଡ଼ିଥିଲା। ମାନସିକ ଚାପ ଅସହ୍ୟ ହେବାରୁ ଶେଷରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଦେଲେ ଘରର ଏକମାତ୍ର ରୋଜଗାରକ୍ଷମ ଯୁବକ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅଞ୍ଚଳରେ।
                

 ପଡ଼ୋଶୀଙ୍କ କହିବା ଅନୁସାରେ କ୍ଷେତରାଜପୁର ଥାନା ବଡ଼ବଜାର କୁଷ୍ଟାପଡ଼ାର ସୁନୀଲ ସାହୁ(୨୫) ସହରର ଏକ ଲୁଗା ଦୋକାନରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁଁ ଦୋକାନ ବନ୍ଦ ହୋଇଥିଲା। ଦୋକାନ ଖୋଲିବା ପରେ ମଧ୍ୟ ସେଠା‌ରେ ତାଙ୍କୁ ଆଉ କାମ ମିଳିଲାନି। ରୋଜଗାର ଚାଲିଯିବା ଘଟଣାକୁ ନେଇ ସେ ଭାଙ୍ଗିପଡ଼ିଥିଲେ। ଅନ୍ୟ କେଉଁଠାରୁ କିଛି ସହାୟତା ମିଳିବାର ବି ସୁଯୋଗ ନଥିଲା। ସୋମବାର ସନ୍ଧ୍ୟାରେ ପକ୍ଷାଘାତ ରୋଗରେ ପଡ଼ିଥିବା ବାପାଙ୍କ ଔଷଧ କିଣିବା ପାଇଁ ଟଙ୍କା ଯୋଗାଡ଼ ହୋଇ ନପାରିବାରୁ ତାକୁ ନେଇ ମନଦୁଃଖରେ ଥିଲେ। ରାତି ୯ଟାରେ ସେ ଘରୁ ବାହାରି କୁଆଡ଼େ ଗଲେ ଓ ରାତିରେ ଫେରିଲେନି। ମଙ୍ଗଳବାର ସକାଳୁ ମହାନଦୀର ବଡ଼ବଜାର ସଡ଼କ ଘାଟ ନିକଟରେ ଥିବା ଏକ ତେନ୍ତୁଳି ଗଛରେ ଦଉଡ଼ିରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।
__________________________
ଏହି Lockdown ସମୟରେ ଆମେ ଚେଷ୍ଟା କରିଛୁ ଓଡ଼ିଶାର ଛାତ୍ର ଛାତ୍ରୀ ମାନଙ୍କୁ ପଢେଇବାପାଇଁ କାରଣ ସେମାନଙ୍କ ବିଦ୍ୟାଳୟ ଏବଂ tution ବନ୍ଦ ଅଛି। ଆପଣ ଦୟାକରି ଏହି ପୋଷ୍ଟ କୁ ସେମାନଙ୍କ ପାଖରେ ପହଞ୍ଚାଇ ଦିଅନ୍ତୁ ଯେଉଁମାନେ ଏହି ସମୟରେ ପଢ଼ିବା ପାଇଁ ଅକ୍ଷମ ଅଟନ୍ତି । ଏଇଠି କ୍ଲିକ୍ କରି ଭିଡିଓ ଟି ଆପଣଙ୍କ ଛାତ୍ର ଛାତ୍ରୀ ପାଖକୁ ଶେର କରନ୍ତୁ👇👇👇   youtu.be/W3HBWUo0BYM