ରାଜ୍ୟକୁ ଅନେକ ପ୍ରବାସୀ ଓଡ଼ିଆ କିଛି ଉପାୟ ନପାଇ ଟ୍ରକରେ ଭର୍ତ୍ତି ହାଇ ଫେରୁଛନ୍ତି । ଆଜି ବାଲେଶ୍ୱରରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାକୁ ବହୁ ଶ୍ରମିକ ହାଇଦ୍ରାବାଦରୁ ଆସିଛନ୍ତି ଟ୍ରକରେ ଚାଲି ଆସିଛନ୍ତି । ହାଇଦ୍ରାବାଦରୁ ପ୍ରଥମେ ଚାଲି ଚାଲି ଅଧାବାଟ ପର୍ଯ୍ୟନ୍ତ ଆସିଥିଲେ ପରେ ଟ୍ରକରେ ଆସି ବାଲେଶ୍ୱରରେ ପହଞ୍ଚିଛନ୍ତି। ବାଲେଶ୍ୱରରେ ପହଞ୍ଚିବା ମାତ୍ରେ ସେମାନଙ୍କ ଉପରେ ପୁଲିସର ନଜର ପଡ଼ିଥିଲା। ଏତେ ସଂଖ୍ୟାର ପ୍ରବାସୀ ଓଡ଼ିଆଙ୍କୁ ଦେଖି ତୁରନ୍ତ ପ୍ରଶାସନ ପକ୍ଷରୁ ଗାଡ଼ିର ବ୍ୟବସ୍ଥା କରି ସେମାନଙ୍କୁ ସଂଗରୋଧ କେନ୍ଦ୍ରକୁ ପଠେଇ ଦିଆଯାଇଥିଲା।
     
ସେପଟେ ଜମି ବନ୍ଧା ପକାଇ, ଭଡାରେ ଗାଡି କରି, ଭଦ୍ରକରେ ପ୍ରବାସୀ ଦମ୍ପତି ପହଞ୍ଚଥିଲେ। ଗତ ୩ ତାରିଖରେ ସୁରତରୁ ବସ ଯୋଗେ ଭଦ୍ରକ ଫେରୁଥିଲେ ଏହି ଓଡ଼ିଆ ପ୍ରବାସୀ ଦମ୍ପତି । ହେଲେ ବାଟରେ ତିହିଡି କୁବେରା ଗାଁର ସୁଶାନ୍ତ ବେହେରାଙ୍କ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ନାଗପୁର ମୁମ୍ବାଇ ହାଇୱେରେ ସେମାନଙ୍କୁ ଛାଡି ଚାଲି ଯାଇଥିଲା ବସ । ସ୍ଥାନୀୟ ଲୋକଙ୍କ ସହଯୋଗରେ ପତ୍ନୀଙ୍କୁ ମହାରାଷ୍ଟ୍ରର କାଲମେଶ୍ୱର ଗଣ୍ଡେଗେରି ଡାକ୍ତରଖାନା ନେବା ବାଟରେ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ସେଠାରୁ ଘରକୁ ଫେରାଇ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ ସୁଶାନ୍ତ। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ନିଜ ଉଦ୍ୟମରେ ଗାଁର ଜଣେ ବ୍ୟକ୍ତିଙ୍କ ସହଯୋଗରେ ନିଜ ଜମିକୁ ୨୮ ହଜାର ଟଙ୍କାରେ ବନ୍ଧକ ରଖି ଗାଡି ଭଡା କରି ଭଦ୍ରକ ଫେରିଛନ୍ତି ଏହି ଦମ୍ପତି । ଭଦ୍ରକରେ ପହଂଚିବା ପରେ ଉଭୟ ମାଆ-ଶିଶୁକନ୍ୟାର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାଙ୍କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିବା ପରେ ସେମାନେ ସୁସ୍ଥ ଅଛନ୍ତି ।
_________________________
ଦଶମ ଶ୍ରେଣୀ ସାହିତ୍ୟ ବହିର ନୂଆ ଗଳ୍ପ "କାଠ" ସମ୍ପୂର୍ଣ୍ଣ ମାଗଣାରେ ପଢ଼ିବା ପାଇଁ ଏଇଠି କ୍ଲିକ୍ କରନ୍ତୁ 👇
https://youtu.be/PII-fMJ3E94
https://youtu.be/PII-fMJ3E94