କରୋନାଭାଇରସ୍ ସଂକ୍ରମଣ ଚିକିତ୍ସା ନିମନ୍ତେ ତିଆରି କରିଥିବା ଔଷଧ ଖାଇ ତାମିଲନାଡୁ ହର୍ବାଲ୍ ପ୍ରଡକ୍ଟ୍‌ କମ୍ପାନିର ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଉକ୍ତ ଔଷଧକୁ ସେ ଓ ତାଙ୍କ ମାଲିକ ତିଆରି କରିଥିଲେ।
କମ୍ପାନିର ଫାର୍ମାସିଷ୍ଟ୍‌ ତଥା ପ୍ରଡକ୍ସନ୍ ମ୍ୟାନେଜର୍ ୪୭ ବର୍ଷିୟ କେ ଶିବନେସନ୍ ଓ ତାଙ୍କ ମାଲିକ ୬୭ ବର୍ଷିୟ ରାଜକୁମାର ତିଆରି କରିଥିବା ଔଷଧକୁ ନିଜେ ଖାଇ ପରୀକ୍ଷା କରୁଥିଲେ।
  

ଔଷଧ ଖାଇବା ପରେ ଉଭୟଙ୍କର ଚେତା ବୁଡ଼ିଯାଇଥିଲା। ତୁରନ୍ତ ସେମାନଙ୍କୁ ପାଖରେ ଥିବା ଏକ ଡାକ୍ତରଖାନାକୁ ନିଆଯାଇଥିଲା।
ପେରୁଙ୍ଗୁଡ଼ି ନିବାସୀ ଶିବନସେନ୍ ଉକ୍ତ ଔଷଧରୁ ବେଶୀ ପରିମାଣର ଖାଇ ଦେଇଥିବାରୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହେଲା। କିନ୍ତୁ, ରାଜକୁମାର ସେହି ଔଷଧରୁ ମାତ୍ର ଅଳ୍ପ କେଇ ବୁନ୍ଦା ଖାଇଥିଲେ। ଏବେ ସେ ଚିକିତ୍ସାଧୀନ ଅଛନ୍ତି ଓ ତାଙ୍କର  ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।
ପୁଲିସ ଘଟଣାର ତଦନ୍ତ କରୁଛି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ କରୋନାଭାଇରସ୍ ସଂକ୍ରମଣରୁ ଆରୋଗ୍ୟ ହେବାକୁ ସମ୍ପ୍ରତି କୌଣସି ଅନୁମୋଦିତ ଚିକିତ୍ସା କିଂବା ଟିକା ନାହିଁ।
 _____________________
ଦଶମ ଶ୍ରେଣୀ ର ତ୍ରିକୋନୋମିତି ମାଗଣାରେ ପଢ଼ିବା ପାଇଁ ଏଇଠି କ୍ଲିକ୍ କରନ୍ତୁ 👇👇👇👇👇