କରୋନା ସୁପରସ୍ପ୍ରେଡ଼ରଙ୍କ ପାଇଁ ଏବେ ଚିନ୍ତାରେ ଅହମ୍ମଦାବାଦ ପ୍ରଶାସନ | ଏଥିପାଇଁ ମେ ୧୫ ପର୍ଯ୍ୟନ୍ତ ସମସ୍ତ ତେଜରାତି ଓ ପନିପରିବା ଦୋକାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ଏପର୍ଯ୍ୟନ୍ତ ଅହମ୍ମଦାବାଦରେ ୩୩୪ ଜଣ କରୋନାଭାଇରସ୍ ‘ସୁପର-ସ୍ପ୍ରେଡର୍’ ମିଳିଛନ୍ତି, ଯେଉଁମାନେ ବହୁ ସଂଖ୍ୟକ ଲୋକଙ୍କୁ ଏହି ରୋଗ ସଂକ୍ରମଣ କରିପାରନ୍ତି। ସେମାନେ ପନିପରିବା ବିକ୍ରେତା, ଖାଦ୍ୟ ସାମଗ୍ରୀ ଏବଂ ଦୁଗ୍ଧ ଦୋକାନ ମାଲିକ କିମ୍ବା ଅଳିଆ ସଂଗ୍ରହକାରୀ ହୋଇପାରନ୍ତି, ଯାହାକୁ ନଜରରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି |
               
ଏପର୍ଯ୍ୟନ୍ତ ଗୁଜୁରାଟରେ ୭,୭୯୭ କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏବଂ ୪୭୨ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି। ଏଥିମଧ୍ୟରୁ କେବଳ ଅହମ୍ମଦାବାଦରେ ୫,୫୪୦ ମାମଲା ଥିବାବେଳେ ଏବଂ ୩୬୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଣେ ଅଧିକାରୀ କହିଛନ୍ତି ଯେ ସହରରେ ପ୍ରାୟ ୧୪୦୦୦ ସୁପର-ସ୍ପ୍ରେଡର୍ ଅଛନ୍ତି ବୋଲି ଆକଳନ କରାଯାଉଛି | ଯେଉଁଥିପାଇଁ ଆସନ୍ତା ତିନି ଦିନ ମଧ୍ୟରେ ସେ ସମସ୍ତଙ୍କୁ ସ୍କ୍ରିନିଙ୍ଗ କରିବାକୁ ନିଷ୍ପତ୍ତି ନିଆଯାଇଛି।
__________________________________
ଦଶମ ଶ୍ରେଣୀ ସାହିତ୍ୟ ବହିର ନୂଆ ଗଳ୍ପ "କାଠ" ସମ୍ପୂର୍ଣ୍ଣ ମାଗଣାରେ ପଢ଼ିବା ପାଇଁ ଏଇଠି କ୍ଲିକ୍ କରନ୍ତୁ 👇